ସ୍କୁଲ ସାର ମୋର ଜୀବନ ଆଦର୍ଶ
ଖଡ଼ି ଛୁଆଁଇଲେ ଯିଏ
ତାଙ୍କରି ଶିକ୍ଷା ମୋ ଜୀବିକା ଦର୍ପଣ
ତାଙ୍କୁ ବା ଭୁଲିବ କିଏ
ଆଖିରେ ମୋ ନାଚି ଯାଏ
ଅସ୍ପଷ୍ଟ ସ୍ବରକୁ ଯିଏ ଶିଖାଇଲେ ପ୍ରାର୍ଥନାର ପଂକ୍ତି ଟିଏ
ନାଚି ଉଠେ ଆଜି ସ୍ମୃତିର ମଞ୍ଚରେ
ଅତୀତର ସେଇ ଦିନ
ଆଖି ଭିଜିଯାଏ ଜୀବନ ବେଳାରେ
ଦେଖି ତାଙ୍କ ପାଦଚିହ୍ନ
ଚରିତ୍ର କଲେ ଗଠନ
ବିଦ୍ୟାର ମୂଲ୍ୟକୁ ବୁଝେଇଥିଲେ ଯେ
ଯୁଗେ ଯୁଗେ ସେ ମହାନ
ଧୋତିର କୁଞ୍ଚକୁ ସାଇକେଲ ଦେଖି
ମଥା ଆପେ ଯାଏ ନଇଁ
ଦାଣ୍ଡରେ ଘାଟରେ ଦେଖୁଥିଲୁ ଯେବେ
ଭୟେ ଲୁଚୁଥିଲୁ ଧାଇଁ
ସିଏ ତ ଭୟ ନୁହଇଁ
ଅବୁଝା ଅନ୍ତରେ ସମ୍ମାନ ସିଏ ତ
ଜାଣି ଗଲି ଆଜି ମୁହିଁ
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ --8658574945


0 Comments